ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ରେଲୱେ ଆଣିବାକୁ ଯାଉଛି ବମ୍ପର୍‌ ଅଫର୍‌

ନୂଆଦିଲ୍ଲୀ: ଭାରତୀୟ ରେଲୱେର ସ୍ଥିତି ଯାହା ଆପଣ ଯେତେ ଆଗରୁ ଟିକେଟ୍‌ କାଟିଥିଲେ ବି ଏହା କନଫର୍ମ ହେବ କି ନାହିଁ ଟ୍ରେନ୍‌ରେ ଚଢ଼ିବା ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ରହିବେ। ଏପରି ସ୍ଥିତିରେ ରେଳୱେ ଯାତ୍ରୀଙ୍କ ପାଇଁ ବମ୍ପର୍‌ ଅଫର୍‌ ଆଣିବାକୁ ଯୋଜନା କରୁଛି। ରେଲୱେ ଏମିତି କିଛି କରିବାକୁ ଯାଉଛି, ଯାହା ଅପଣ କଳ୍ପନା କରିପାରିବେ ନାହିଁ। ଯଦି ଭଡା ସମୀକ୍ଷା ସମିତିର ସୁପାରିଶକୁ ରେଲୱେ ବୋର୍ଡ ମାନି ନିଏ, ତେବେ ବିମାନ ଯାତ୍ରା ପରି ଟ୍ରେନ୍‌ ଟିକେଟ୍‌ ଆଗରୁ କାଟିଥିବା ଯାତ୍ରୀଙ୍କୁ ଭଡାରେ ଡିସ୍‌କାଉଣ୍ଟ ମିଳିପାରିବ।

ଟ୍ରେନ୍‌ରେ ଖାଲିଥିବା ସିଟ୍‌ ସଂଖ୍ୟାକୁ ଆଧାର କରି ପୂର୍ବରୁ ଟିକେଟ୍‌ କାଟିଥିବା ଯାତ୍ରୀଙ୍କୁ ଭଡାରେ ରିହାତି ଦେବାକୁ ସମିତି ରିପୋର୍ଟରେ ପରାମର୍ଶ ଦେଇଛି।

ଅଧିକାରୀଙ୍କ ଅନୁସାରେ, ଏୟାର ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ପରି ଯଦି ଆପଣ ଟ୍ରେନ୍‌ ଟିକେଟ୍‌ ମାସକ ପୂର୍ବରୁ ବୁକ୍‌ କରିଥିବେ, ତେବେ ଆପଣଙ୍କୁ ବହୁତ ଅଧିକ ରିହାତି ମିଳିବ। ବୁକିଂ ସମୟରେ ଖାଲି ଥିବା ସିଟ୍‌ ଅନୁସାରେ ଏହା ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ହୋଇପାରେ।

ବିମାନ ଯାତ୍ରାରେ ଯେମିତି ଆଗ ସିଟ୍‌ ପାଇଁ ଅଧିକ ଭଡା ଦେବାକୁ ପଡୁଛି, ଟ୍ରେନ୍‌ରେ ପଛ ସିଟ୍‌ ପାଇଁ ସେମିତି ଅଧିକ ଭଡା ଲାଗୁ କରିବାକୁ ସମିତି ପରାମର୍ଶ ଦେଇଛି। ହେଲେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଏପରି ସିଟ୍‌ ମାଗଣାରେ ଦିଆଯିବାକୁ କୁହାଯାଇଛି।

ଯେଉଁ ଟ୍ରେନ୍‌ ଗୁଡିକ ଗନ୍ତବ୍ୟ ସ୍ଥଳରେ ଭୋର ସମୟରେ ପହଞ୍ଚୁଛି, ସେ ଟ୍ରେନ୍‌ର ଭଡା ବଢାଇବା ପାଇଁ ମଧ୍ୟ ସମିତି ପରାମର୍ଶ ଦେଇଛି।

ରେଲୱେ ବୋର୍ଡ ଏହି ସୁପାରିଶ ମଞ୍ଜୁରୀ ଦେବା ପୂର୍ବରୁ କିଛି ପରିବର୍ତ୍ତନ କରିପାରେ।