ମାଡ଼ିଗଲା ଟ୍ରେନ୍‌; ହେଲେ ବଞ୍ଚିଗଲେ ଯୁବତୀ…ଦେଖନ୍ତୁ ଭିଡିଓ

ମୁମ୍ବାଇ:  କଥାରେ ଅଛି ରଖେ ହରି ମାରେ କିଏ…। ଏ କଥାଟି ସତ ହୋଇଛି। ରେଳ ଟ୍ରାକ୍ ଉପରେ ଚାଲି ଚାଲି ଫୋନରେ କଥା ହେଇ ଯାଉଥିବାବେଳେ ହଠାତ୍ ଜଣେ ଯୁବତୀଙ୍କ ଉପରେ ମାଡ଼ିଯାଇଥିଲା ଟ୍ରେନ୍‌। କିନ୍ତୁ ସେ ବର୍ତ୍ତିଗଲେ ମରଣ ମୁହଁରୁ। ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଘଟଣାଟି ମୁମ୍ବାଇର କୁର୍ଲା ରେଳ ଷ୍ଟେସନର। ଯୁବତୀ ଜଣଙ୍କ ଫୋନ୍‌ରେ ଗପି ଗପି ଯାଉଥିବା ବେଳେ ଏକ ମାଲ୍ ବୋଝେଇ ଟ୍ରେନ୍ ସାମ୍ନାକୁ ଚାଲି ଯାଇଥିଲେ। ଟ୍ରେନ୍‌ ସମ୍ମୁଖକୁ ଆସିବା ପରେ ସେ ପଡ଼ିଗଲେ। ଟ୍ରେନ୍ ତାଙ୍କ ଉପରେ ଚାଲିଗଲା। କିନ୍ତୁ ସେ ସାମାନ୍ୟ ଆହତ ହୋଇଥିଲେ। ରେଳବାଇ ପୋଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ଏ ପୂରା ଘଟଣା ଷ୍ଟେସନ୍‌ର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଦେଖନ୍ତୁ ସେ ଦୃଶ୍ୟ-