ରେଳଧାରଣାରେ ବସି ଗପୁ ଥିଲେ, ଟ୍ରେନ୍ ମାଡ଼ିଗଲା

ଲକ୍ଷ୍ନୌ: ଟ୍ରେନ୍‌ ଲାଇନ୍‌ରେ ବସି ଗପସପ କରୁଥିବା ବେଳେ ୬ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌। ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି।

ରବିବାର ହାପୁଡ଼ ଜିଲ୍ଲାର ପିଲ୍‌ଖୁୱା କୋତୱାଲୀ ଅଞ୍ଚଳର ସଦ୍ଦିକପୁରାରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏଠାରେ ୭ ଜଣ ଯୁବକ ରେଳଧାରଣାରେ ବସି ଗପୁ ଥିଲେ। ଏହି ସମୟରେ ହଠାତ୍ ଟ୍ରେନ୍ ଆସିଗଲା ଓ ସେମାନଙ୍କ ଉପରେ ଚଢ଼ିଗଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଶନିବାର ମଧ୍ୟ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବିହାରରେ ଏକ ବୋଲେରୋ ଗାଡ଼ି ଧକ୍କା ଦେବାରୁ ୯ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।