ଟ୍ରକ୍‌କୁ ପିଟି ଓଲଟି ପଡ଼ିଲା ଟ୍ରେନ୍‌: ୧୪ ମୃତ, ୨୬୮ ଆହତ

ଜୋହନସବର୍ଗ: ଦକ୍ଷିଣ ଆଫ୍ରିକାର ଫ୍ରି ଷ୍ଟେଟ୍ ପ୍ରଦେଶରେ ଏକ ପାସେଞ୍ଜର ଟ୍ରେନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୮ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟିକୁ ପିଟିବା ପରେ ଟ୍ରେନ୍‌ଟିର କିଛି ଅଂଶରେ ନିଆଁ ମଧ୍ୟ ଲାଗି ଯାଇଥିଲା।

ସ୍ଥାନୀୟ ସମୟ ଅନୁଯାୟୀ ଏହି ଦୁର୍ଘଟଣା ସକାଳ ୯ଟା ୧୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ୍‌ରେ ୭୦୦ ଯାତ୍ରୀ ଥିଲେ। ଦକ୍ଷିଣ ଆଫ୍ରିକାର ପରିବହନ ମନ୍ତ୍ରୀ କହିଛନ୍ତି ଯେ ଟ୍ରେନ୍‌ଟି ଆସୁଥିବା ବେଳେ ଟ୍ରକ୍ ଚାଳକ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ତେଣୁ ଏହି ଦୁର୍ଘଟଣା ହେଲା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।