ଆମେରିକାର ନୂଆ ଟ୍ରାଭେଲ୍‌ କଟକଣା: ଭାରତ ଲେଭଲ୍‌ ଟୁ’

ୱାଶିଂଟନ୍: ଆମେରିକା ପକ୍ଷରୁ ନୂଆ ଟ୍ରାଭେଲ୍‌ କଟକଣା ଜାରି ହୋଇଛି। ଏଥିରେ ଭାରତକୁ ଲେଭଲ୍‌ ଟୁ’ରେ ରଖିଛି ଆମେରିକା। ବିଭିନ୍ନ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଆମେରିକା ପକ୍ଷରୁ ନାଗରିକମାନଙ୍କ ପାଇଁ ଏହି ଟ୍ରାଭେଲ୍‌ ଆଡଭାଇଜରି ଜାରି କରାଯାଇଛି। ଭାରତରେ ପର୍ଯ୍ୟଟକଙ୍କ ବିରୋଧରେ ହିଂସା ଓ ଦୁଷ୍କର୍ମ ବଢୁଥିବା ଅଭିଯୋଗ ସହ ପାକ୍‌ ସୀମାରେ ଆତଙ୍କବାଦୀମାନଙ୍କ ଦ୍ୱାରା ବାରମ୍ବାର ହିଂସା ଯୋଗୁଁ ନିଜ ଦେଶର ନାଗରିକମାନଙ୍କ ପାଇଁ ଏହି ଆଡଭାଇଜରୀ ଜାରି କରିଛି ଆମେରିକା।

ଆମେରିକା ଭାରତକୁ ଲେଭଲ୍‌ ଟୁ’ରେ ରଖାଯାଇଥିବା ବେଳେ ପାକିସ୍ତାନକୁ ଲେଭଲ୍‌ ଥ୍ରି ଓ ହିଂସା ପ୍ରଭାବିତ ଆଫଗାନିସ୍ତାନକୁ ଲେଭଲ୍‌ ଫୋର୍‌ରେ ରଖାଯାଇଛି। ଆଫଗାନିସ୍ତାନକୁ ଲେଭଲ୍‌ ୪ରେ ରଖାଯାଇଥିବାରୁ ଏହି ଦେଶକୁ ଆମେରିକୀୟ ନାଗରିକମାନଙ୍କୁ ଆଦୌ ନଯିବାକୁ ପରାମର୍ଶ ଦିଆଯାଇଛି।