ତିନ୍ ତଲାକ୍‌ ମାମଲା: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ:ତିନ୍‌ ତଲାକ୍‌ ମାମଲା ଉପରେ ସୁପ୍ରିମକୋର୍ଟର ଏକ ପାଞ୍ଚଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଛନ୍ତି । କୋର୍ଟ କହିଛନ୍ତି ତିନ୍‌ ତଲାକ୍‌, ହଲାଲ୍‌ ଓ ବହୁ ବିବାହ ଭଳି ବିଭିନ୍ନ ପ୍ରଚଳିତ ସାମାଜିକ ପ୍ରଥା ପ୍ରକୃତରେ ଧର୍ମ ସହିତ ଜଡ଼ିତ ନା ନାହିଁ  ତା’ର ତର୍ଜମା ହେବ। ଯଦି ଏହା ଇସ୍‌ଲାମ ଧର୍ମ ସହିତ ମୂଳରୁ ଜଡ଼ିତ ଥାଏ ତେବେ ସମ୍ବିଧାନର “ଧାର୍ମିକ ଅଧିକାର ନିୟମ’ ଭିତରେ ଅନ୍ତର୍ଭୁକ୍ତ ହେବ। ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବ ନାହିଁ । କିନ୍ତୁ ତର୍ଜମା ପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। । ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ଜଣାପଡ଼ିଛି।