ଟ୍ରିପଲ୍‌ ତଲାକ୍ : ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ମୁସଲିମ୍‌ ସମ୍ପ୍ରଦାୟରେ ଥିବା ଟ୍ରିପଲ ତଲାକ ନିୟମକୁ ଉଠେଇ ଦେବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ବେଳେ ଆଜି ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହି ଟ୍ରିପଲ୍‌ ତଲାକ ନୟିମର ବୈଧତା ଏବଂ ଏକାଧିକ ବିବାହକୁ ନେଇ  ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେଇଛନ୍ତି। ଏହି ଖଣ୍ଡପୀଠ ଆସନ୍ତା ୧୧ ତାରିଖରେ ବସିବ ବୋଲି ଜଣାପଡ଼ିଛି। ଟ୍ରିପଲ ତଲାକ୍‌ ବଳରେ ଛାଡ଼ପତ୍ର ଯୋଗୁ ମୁସଲିମ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି। ଏଭଳି ଯୁକ୍ତିଯୁକ୍ତ ନେଇ ଏହି ନିୟମକୁ  ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ଆଇନ ପ୍ରଚଳନ କରିବାକୁ ବିଚାର କରୁଥିଲେ। ତେଣୁ ଟ୍ରିପଲ୍‌ ତଲାକ ନିୟମ ଉଠେଇବାକୁ ଗତ କିଛିଦିନ ଧରି ଚର୍ଚ୍ଚା ଚାଲି ଥିଲା। ତେବେ ବିଭିନ୍ନ ମହଲରୁ ପ୍ରତିବାଦ ହେବା ପରେ ସରକାର ଏନେଇ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।