ତ୍ରିପୁରା ଭୋଟ ପାଇଁ ବିଜେପିର ଭିଜନ ଡକ୍ୟୁମେଣ୍ଟ, ପ୍ରଚାର ଜୋରଦାର

ଅଗରତାଲା: ଫେବ୍ରୁଆରୀ ୧୮ ତାରିଖରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।  ଏଥିପାଇଁ ଜୋରଦାର ପ୍ରଚାର ଚଳାଇଛି ବିଜେପି । ସାମିଲ ହୋଇଛନ୍ତି ଜାତୀୟସ୍ତରର ନେତା। ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା। ଅଗରତାଲାରେ ଆୟୋଜିତ ଏକ ରାଲି ଓ ରୋଡ ଶୋରେ ଯୋଗ ଦେଇ ଶାହା ରାଜ୍ୟରେ ଶାସନ କରୁଥିବା ସିପିଏମ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।  ବିଜେପିକୁ ଭୋଟ ଦେଇ ବିଜୟୀ କରାଇବାକୁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଥିଲେ।

ସେହିପରି ନିର୍ବାଚନ ପୂର୍ବରୁ ବିଜେପି ତ୍ରିପୁରା ପାଇଁ ଜାରି କରିଛି ଏହାର ଭିଜନ ଡକ୍ୟୁମେଣ୍ଟ।  ବିଜେପି ସରକାରକୁ ଆସିଲେ ରାଜ୍ୟବାସୀଙ୍କୁ କେଉଁ ସବୁ ସୁବିଧା ସୁଯୋଗ ମିଳିବ ସେ ନେଇ ତଥ୍ୟ ରହିଛି ଏଥିରେ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ଭିଜନ ଡକ୍ୟୁମେଣ୍ଟକୁ ଉପସ୍ଥାପିତ କରିଛନ୍ତି।