ତ୍ରିପୁରା ଭୋଟ୍‌ : ୫୯ ଆସନ ଲାଗି ଚାଲିଛି ଭୋଟ ଗ୍ରହଣ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): କଡ଼ା ସୁରକ୍ଷା ବ୍ୟବସ୍ଥା ତ୍ରିପୁରାରେ ଭୋଟ ଗ୍ରହଣ ଜାରି ରହିଛି । ୬୦ ବିଧାନସଭା ଆସନରୁ ୫୯ଟି ଆସନ ପାଇଁ ଏହି ଭୋଟ ଗ୍ରହଣ ଚାଳିଛି । ନିର୍ବାଚନ ମୈଦାନରେ ଅଛନ୍ତି ୩୦୭ ପ୍ରାର୍ଥୀ । ୨୫ ଲକ୍ଷ ୭୩ ହଜାର ୪୧୩ ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବୋ ଏଥିପାଇଁ ୩ ହଜାର ୨୧୪ଟି ପୁଲିଂ ଷ୍ଟେସନ ବ୍ୟବସ୍ଥା କରାଯାଇଛିା ସମସ୍ତ ପୁଲିଂ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିା ପୋଲିସ ଏବଂ ଅର୍ଦ୍ଧ ସାମରୀକ ବଳକୁ ସମସ୍ତ ବୁଥ୍‌ରେ ମୁତୟନ କରାଯାଇଛିା ଚଳିତ ଥର ରାଜ୍ୟରେ ଶାସକ ବାମଦଳ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଗତ ୨୫ ବର୍ଷ ଧରି ବାମ ମେଣ୍ଟ ଏଠାରେ କ୍ଷମତାରେ ରହିଥିବା ବେଳେ, ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଲକ୍ଷ୍ୟରେ ଅଛନ୍ତି ମାଣିକ ସରକାର ।