ବାରିକେଡରେ ଚଢ଼ିଗଲା ଟ୍ରକ୍‌; ଚାଲିଗଲା ୧୭ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ହାଇୱେର ଖଣ୍ଡଲା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି। ପୁଣେ-ସତାରା ହାଇୱେରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ବାରିକେଡରେ ଚଢ଼ିଯିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଣ୍ଡାଲା ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ ସମସ୍ତେ କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡିଛି।

ସେମାନେ କାମ କରିବା ପାଇଁ ସତାରାରୁ ପୁଣେକୁ ଯାଉଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସୋମବାର  ହିମାଚଳପ୍ରଦେଶରେ  ଏକ ସ୍କୁଲ ବସ୍‌ ୭୦୦ ଫୁଟ ଘାଇ ତଳକୁ ଖସିପଡ଼ିବାରୁ  ୨୩ ପିଲାଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା