ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ ଦାବିରେ ୯ରେ ଦେଶ ବ୍ୟାପୀ ଟ୍ରକ୍‌ ଧର୍ମଘଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରୁ ଦେଢ ଦିନିଆ ଟ୍ରକ୍ ଚକା ଜାମ୍ ରହିବ। ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଦାବିରେ ଦେଶବ୍ୟାପୀ ୩୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ଟ୍ରକ୍ ମାଲିକ ସଂଘ।

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଓ ଅନ୍ୟ ଟ୍ରାନ୍ସପୋର୍ଟ ଆସୋସିଏସନ୍ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଯାହାଫଳରେ ଆସନ୍ତା ସୋମବାର ସକାଳ ୮ଟାରୁ ଧର୍ମଘଟ ଆରମ୍ଭ ହୋଇ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ପରିବହନ ଗୁରୁତର ପ୍ରଭାବିତ ହେବ।