ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଟ୍ରମ୍ପ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। କୋଟିପତି ରିଏଲି ଇଷ୍ଟେଟ୍‌ ବ୍ୟବସାୟୀରୁ ରାଜନେତା ହୋଇଥିବା ଟ୍ରମ୍ପ ବିଶ୍ୱର ସବୁଠାରୁ ଶକ୍ତିଶଳୀ ରାଷ୍ଟ୍ର ଆମେରିକାର ୪୫ତମ ରାଷ୍ଟ୍ରପତି ହୋଇଛନ୍ତି। ୱାସିଂଟନ୍‌ ଡିସିରେ ଆୟୋଜିତ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ସେ କହିଛନ୍ତି,“ଏହି ବିଜୟ ମୋର ନୁହେଁ, ସମଗ୍ର ଦେଶବାସୀଙ୍କ ବିଜୟ। ଆମେ ସବୁ ମିଳିମିଶି ଦେଶ ପାଇଁ କାମ କରିବା ଓ ଦେଶ ପାଇଁ ଲଢ଼ିବା। ଆଜିଠାରୁ ଭାଷଣ ନୁହଁ କାମରେ କରି ଦେଖାଇବା। ଭଗବାନ ଆମେରିକା ଉପରେ ସର୍ବଦା କୃପା ଦୃଷ୍ଟି ରଖିଥାନ୍ତୁ।”

ଏହି ସମରୋହରେ ଆମେରିକାର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଏହି ସମାରୋହରେ ୯ ଲକ୍ଷ ଜନସାଧାରଣ ସମବେତ ହୋଇଥିଲେ।