ଏମାନଙ୍କୁ ଧରେଇଲେ ଆମେରିକା ଦେବ ପୁରସ୍କାର !

ୱାଶିଂଟନ: ପାକିସ୍ତାନର ୩ ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀଙ୍କୁ ଧରାଇଦେବା ପାଇଁ ଆମେରିକା ପୁରସ୍କାର ରାଶି ଘୋଷଣା କରିଛି । ଏମାନଙ୍କୁ ଧରାଇ ଦେଲେ ଆମେରିକା ୫୦ ଲକ୍ଷ ଡଲାର ପ୍ରଦାନ କରିବ ବୋଲି ଘୋଷଣା କରିଛି।

ତହରୀକ-ଏ-ତାଲିବାନ( ଟିଟିପି) ଆତଙ୍କବାଦୀ ସଂସ୍ଥାର ପ୍ରମୁଖ ମୌଲାନା ଫଜ୍‌ଲୁଲାହରଙ୍କ ସମ୍ପର୍କରେ ସୂଚନା ଦେଲେ  ୫୦ ଲକ୍ଷ ଡଲାର ମିଳିବ। ସେହିପରି ଜମାତ-ଓଲ୍‌-ଓହରାର ସଙ୍ଗଠନର ଅବଦୁଲ ବଲୀ ଓ ଲସ୍କର- ଏ- ଇସଲାମ ଆତଙ୍କବାଦୀ ସଙ୍ଗଠନର ମଙ୍ଗଲ ବାଗ୍ରରଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୩୦ ଲକ୍ଷ ଡଲାର । ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଟ୍ରମ୍ପ ସରକାର।

ପାକ୍‌ ବୈଦଶିକ ସଚିବ ତହମୀନା ଜଂଜୁଆ,  ବୈଦେଶିକ ମନ୍ତ୍ରାଣାଳୟ ଓ ଟ୍ରମ୍ପଙ୍କ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଗତକାଲି  ବୈଠକ ବସିଥିଲା। ଏହି ବୈଠକ ପରେ ଆମେରିକା ଏହି ଘୋଷଣା କରିଛି।

ଟିଟିପି ଏପରି ଏକ ଆତଙ୍କବାଦୀ ସଙ୍ଗଠନ ଯେ, ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ  କରିଥାଏ। ଏହି ସଙ୍ଗଠନଠାରୁ ଅଲଗା ହୋଇ ଗଢା ହୋଇଛି ଜମାତ- ଓଲ-ଓହରା। ସେହିପରି ଲସ୍କର-ଏ- ଇସଲାମ ସଙ୍ଗଠନ ପାକିସ୍ତାନ ଖେବରର ଆଦିବାସୀବହୂଳ ଅଞ୍ଚଳରେ  ସକ୍ରିୟ ରହିଛି।

୨୦୧୪ ମସିହାରେ  ପେଶୱରରେ ଏକ ଆର୍ମି ପ୍ଲବିକ ସ୍କୁଲ ଉପରେ  ଫଜଲୁଲାହଙ୍କ ନେତୃତ୍ୱରେ ଆତଙ୍କବାଦୀମାନେ  ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ  ୧୩୦ରୁ ଅଧିକ ଶିଶୁଙ୍କ ସମେତ ୧୫୧ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୨ରେ  ମଲାଲା ୟୁସୁଫ ଜାଇଙ୍କୁ ଅପହରଣ କରିବା ପାଇଁ ଫତୁୱା ଜାରି କରିଥିଲା ଏହି ସଙ୍ଗଠନ।

ଜମାତ-ଓଲ-ଓହରାର ଆତଙ୍କବାଦୀ ସଙ୍ଗଠନ ଆଫଗାନିସ୍ତାନ ଓ  କୁମାନ ଅଞ୍ଚଳରେ ସକ୍ରିୟ ରହିଛି। ସଙ୍ଗଠନର ମୁଖ୍ୟ ଅବଦୁଲ ବଲୀଙ୍କ ନେତୃତରେ ପଞ୍ଜାବରେ ନିଜର ନେଟୱାର୍କ୍ ସକ୍ରିୟ  ରଖିଛି ଏହି ସଙ୍ଗଠନ ।