ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ କୋର୍ଟଙ୍କ ରୋକ

ୱାଶିଂଟନ୍‌: ସାତଟି ମୁସଲମାନ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାଇଥିବା ପ୍ରତିବନ୍ଧକ ଉପରେ ଆଜି ଏକ କୋର୍ଟ  ରୋକ ଲଗାଇଛନ୍ତି। ଗତକାଲି ଟ୍ରମ୍ପ୍  ଇରାନ୍‌,ଇରାକ୍,ସିରିଆ, ଲିବିୟା,ୟେସେନ୍‌ ,ସୁଦାନ ଓ ସୋମାଲିଆ ରାଷ୍ଟ୍ରର ନାଗରିକଙ୍କ ଆମେରିକାରେ ପ୍ରବେଶ ନିଷିଦ୍ଧ କରିଥିଲେ। ଆଜି  ବ୍ରୁକ୍‌ଲିନ୍‌ର ଜିଲ୍ଲା କୋର୍ଟ ଜଜ୍‌ ଏନ୍‌ ଡୋନେଲି ଏହାର ବିଚାର କରି ରାଷ୍ଟ୍ରପତିଙ୍କ ନିଷ୍ପତ୍ତି  ଉପରେ ରୋକ୍‌ ଲଗାଇଛନ୍ତି।

ଟ୍ରମ୍ପ୍ ପ୍ରତିବନ୍ଧକ ଲଗାଇବା ପରେ ତାଙ୍କ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଛି। ଆମେରିକାର ବିମାନବନ୍ଦରରେ  ଟ୍ରମ୍ପଙ୍କ ଆଦେଶକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଦୁଇ ହଜାର ବିକ୍ଷୋଭକାରୀ ନ୍ୟୁୟର୍କର ଜେନ୍‌ ଏଫ୍‌ କେନେଡି ଆନ୍ତର୍ଜାତୀୟ ବିମାନଘାଟିରେ ଏକତ୍ରିତ ହୋଇଛନ୍ତି।