ଚୀନ-ଭାରତ ବିବାଦକୁ ନେଇ ମୁଁହ ଖୋଲିଲା ଆମେରିକା: କହିଲା ସ୍ଥିତି ଉପରେ ନଜର ରଖିଛୁ

ନୂଆଦିଲ୍ଲୀ: ଡୋକଲାମ୍‌କୁ ନେଇ ଭାରତ-ଚୀନ୍ ମଧ୍ୟରେ ବିବାଦ ତୀବ୍ର ହେଉଥିବା ବେଳେ ଆପୋଷ ଆଲୋଚନା ଦ୍ୱାରା ସାମାଧାନର ବାଟ ବାହାର କରିବାକୁ ପରମର୍ଶ ଦେଇଛି ଆମେରିକା।  ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ହିଥର ନୌରଟ୍ କହିଛନ୍ତି ଆମେ ସ୍ଥିତି ଉପରେ ନଜର ରଖିଛୁ। ଉଭୟ ରାଷ୍ଟ୍ର କଥାବାର୍ତ୍ତା ଜରିଆରେ ସମାଧାନର ବାଟ ବାହାର କରନ୍ତୁ। ଏପଟେ ଭାରତକୁ ପୁଣି ଥରେ ଚେତାବନୀ ଦେଇଛି ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ।  ଭାରତ, ଚୀନର ମୁକାବିଲା କରିବାକୁ ସମର୍ଥ ବୋଲି ଜେଟଲୀ ଦେଇଥିବା ବୟାନକୁ ନେଇ ଖବରକାଗଜ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛ। ଏଭଲି ମନ୍ତବ୍ୟ ଭାରତ ପାଇଁ କ୍ଷତିକାରକ ହେବ ବୋଲି ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞଙ୍କ ବୟାନକୁ ଆଧାର କରି ଲେଖିଛି ଗ୍ଲୋବାଲ୍ ଟାଇମ୍ସ । ଜେଟଲୀଙ୍କ ମନ୍ତବ୍ୟ ଯୁଦ୍ଧ ସମ୍ଭାବନାକୁ ଆହୁରି ବଢାଇ ଦେଇଥିବା ଏଥିରେ କୁହାଯାଇଛି। ସେପଟେ ଚୀନ ଗଣମାଧ୍ୟମର ଏଭଳି ଚେତାବନୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞମାନେ।  …

ଅନ୍ୟପଟେ ଆପୋଷ ବୁଝାମଣା ଜରିଆରେ ଡୋକଲାମ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି  ଭୁଟାନ ବୈଦେଶିକ ମନ୍ତ୍ରୀ। କାଠମାଣ୍ଡୁରେ ଚାଲିଥିବା ବିମଷ୍ଟେକ୍ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅବସରରେ ସେ ଭାରତର ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟି ଡୋକଲାମ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।