ସିଡନୀ: ଭୂକମ୍ପ ପରେ ସୁନାମୀ ଆଶଙ୍କା ନେଇ ସତର୍କ ସୂଚନା

ସିଡନୀ: ପାପୁଆ ନିଉ ଗିନୀରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ସୁନାମୀ ଆସିବାର ଆଶଙ୍କାରେ ଅଷ୍ଟ୍ରେଲିଆ ସମେତ ପଡ଼ୋଶୀ ଦେଶ ଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।

ୟୁଏସ୍‌ ଜିୟୋଲୋଜିକାଲ ସର୍ଭେର କହିବା ଅନୁଯାୟୀ ପାପୁଆ ନ୍ୟୁ ଗିନୀର ବେଗନ୍‌ବିଲେ ଦ୍ୱୀପର ପାଙ୍ଗୁନା ଠାରୁ ୪୦କିମି ଦୂର ପଶ୍ଚିମକୁ ୧୫୩ କିମି ଗଭୀରତାରେ ଭୂକମ୍ପ ଆସିଥିଲା।

ପ୍ରଶାନ୍ତ ସୁନାମୀ ଚେତାବନୀ କେନ୍ଦ୍ର (ପିଟିଡବ୍ଲ୍ୟୁସି) ପକ୍ଷରୁ ପାପୁଆ ନ୍ୟୁ ଗିନୀର କିଛି ଉପକୂଳ ଅଞ୍ଚଳ ଏବଂ ସୋଲମନ୍‌ ଦ୍ୱୀପ ସମୂହରେ ୦.୩ ଠାର ଏକ ମିଟର ପର୍ଯ୍ୟନ୍ତ ଉଚ୍ଚ ଲହଡି ଆସିବାର ଚେତାବନୀ ଦିଆଯାଇଛି।