ତୁର୍କୀ: ଆତ୍ମଘାତୀ ବୋମା ବିସ୍ଫୋରଣ, ୧୦ମୃତ, ୧୫ ଆହତ

ଇସ୍ତାନବୁଲ: ତୁର୍କୀର ଇସ୍ତାନବୁଲ ସହରରେ ଥିବା ସୁଲତାନା ହମେଟ ପିକନିକ ସ୍ପଟରେ ମଙ୍ଗଳବାର ଆତ୍ମଘାତୀ ବୋମା ବିସ୍ପୋରଣ ଘଟିଛି। ଏଥିରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ଜଣେ ଜିହାଦୀ ନିଜ ସହ ବୋମା ରଖି ସୁଲତାନାହମେଟ ପିକନିକ ସ୍ପଟରେ ବିସ୍ଫୋରଣ କରିଥିବା ଜଣାପଡିଛି। ବିସ୍ଫୋରଣ ପ୍ରଭାବ ଏତେ ବେଶୀ ଥିଲା ଯେ, ନିକଟସ୍ଥ କିଛି କୋଠାରେ ଫାଟ ସୃଷ୍ଟି ହୋଇଯାଇଥିଲା। ଏଥିରେ କୌଣସି ଆତଙ୍କବାଦୀ ସଂଗଠନ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ ସ୍ଥାନୀୟ ସୁରକ୍ଷା କର୍ମୀ କରୁଚନ୍ତି।

ଏପରି ଘଟଣାକୁ ନେଇ ବିଶ୍ୱ ସମୁଦାୟରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି।