ତୁର୍କୀ: ବୁଡିଗଲେ ୧୧ ଶିଶୁଙ୍କ ସମେତ ୨୪ ଶରଣାର୍ଥୀ

ଇସ୍ତାନବୁଲ: ତୁର୍କୀରୁ ଆଇଜିଆନ୍ ସମୁଦ୍ର ପଥ ଦେଇ ଗ୍ରୀକ୍‌କୁ ଯାଉଥିବା ବେଳେ ସୋମବାର ଡଙ୍ଗା ବୁଡି ଯିବାରୁ ୧୧ଜଣ ଶିଶୁଙ୍କ ସମେତ ୨୪ଜଣ ଶରଣାର୍ଥୀଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ସୂଚନା ଦିଆଯାଇଥିଲା ଯେ ଦୁଇଟି ଭିନ୍ନ ଭିନ୍ନ ଡଙ୍ଗା ବୁଡି ଯିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପରେ ସୂଚନା ଦିଆଯାଇଥିଲା ଯେ, ଗୋଟିଏ ଡଙ୍ଗା ବୁଡିଛି ଓ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୨ରୁ ଅଧିକ ଲୋକ ନି‌ଖୋଜ ରହିଛନ୍ତି। ଉଭୟ ଗ୍ରୀକ ଓ ତୁର୍କୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।