ତୁର୍କୀର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ମୃତ

ବିଶ୍‌କେକ୍‌: କିର୍ଗିଜସ୍ତାନ୍‌ରେ ତୁର୍କୀର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ୩୨ଜଣ ପ୍ରାଣ ହରାଇଛନ୍ତି। କିର୍ଗିଜସ୍ତାନ୍‌ରେ ମାନସ ଏୟାରପୋର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି।

ତୁର୍କୀ ଏୟାରଲାଇନ୍ସର ବୋଇଂ-୭୪୭ ବିମାନଟି ହଂକଂରୁ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ ଅଭିମୁଖେ ଯାଉଥିଲା। ତେବେ ମାନସ ଏୟାରପୋର୍ଟ ନିକଟସ୍ଥ ଏକ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ବିମାନ ମାଡ଼ରେ କିଛି କୋଠାରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାରେ ପାଇଲଟଙ୍କ ସମେତ ଜନବସତି ଅଞ୍ଚଳର କିଛି ସାଧାରଣ ଲୋକ ବି ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ପରେ ମାନସ ବିମାନବନ୍ଦରରୁ ସାମୟିକ ଭାବେ ବିମାନ ଚଳାଚଳ ବନ୍ଦ ରଖାଯାଇଛି।