ତୁର୍କୀ ବାୟୁ ସେନାର ଆକ୍ରମଣରେ ୨୬୦ କୁର୍ଦ୍ଦିସ ବିଦ୍ରୋହୀ ମୃତ

ଇସ୍ତାନବୁଲ: ତୁର୍କୀ ବାୟୁସେନାର ଆକ୍ରମଣରେ ଗତ ସପ୍ତାହକ ମଧ୍ୟରେ ବେଆଇନ ଘୋଷିତ କୁର୍ଦ୍ଦିସ ୱାର୍କସ ପାର୍ଟି(କେପିପି)ର ପ୍ରାୟ ୨୬୦ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଶହେରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀର ସରକାରୀ ଗଣମାଧ୍ୟମ ଆନାଟୋଲିଆ ନ୍ୟୁଜ ଏଜେନ୍ସୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଉଭୟ ତୁର୍କୀର ଆଙ୍କାରା ଓ ଉତ୍ତର ଇରାକରେ କେପିପିର ଛାଉଣୀଗୁଡିକ ଉପରେ ଆକ୍ରମଣ କରାଯାଇଥିଲା। ତୁର୍କୀ ଭିତରରେ କିଛି ଆତଙ୍କବାଦୀ କାର୍ଯ୍ୟକଳାପ ଦେଖାଯିବା ପରେ ଏହି ସବୁ ଆକ୍ରମଣ କରାଯାଇଛି। ତେବେ ବିଶେଷ ଭାବେ କୁର୍ଦ୍ଦିସ ୱାର୍କସ ପାର୍ଟି(କେପିପି)ର ଛାଉଣୀ ଗୁଡିକୁ ଟାର୍ଗେଟ କରାଯାଇଛି।

ଗତ ଗୁରୁବାର ସବୁଠାରୁ ଅଧିକ ଆକ୍ରମଣ କରାଯାଇଥିଲା। ତୁର୍କୀର ୮୦ ତୁର୍କୀସ ଏୟାରକ୍ରାଫ୍ଟ ୧୦୦ଟି ସ୍ଥାନକୁ ଟାର୍ଗେଟ କରିଥିଲା।