ଟ୍ୱିଟକୁ ନେଇ ଅକଳିଆରେ ଅନୁପମ

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ଅନୁପମ ଖେର ୨୦୧୬ ବର୍ଷ ପାଇଁ ପଦ୍ମଭୂଷଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସୋମବାର ଏହି ପୁରସ୍କାର ଘୋଷଣା ହେବା ପରେ ଅନୁପମ ବହୁତ ଖୁସି ଅନୁଭବ କରିଛନ୍ତି। ଅନୁପମ ଏହି ଖୁସିକୁ ଟ୍ୱିଟର ଯୋଗେ ବନ୍ଧୁମାନଙ୍କ ସହିତ ବାଣ୍ଟିଥିଲେ।

ତେବେ ଅନୁପମଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବା ପାଇଁ ଘୋଷଣା ହେବା ପରେ ତାଙ୍କର ୬ବର୍ଷ ପୂର୍ବର ଏକ ଟ୍ୱିଟ୍ ଭାଇରାଲ ହୋଇଯାଇଥିଲା। ଆଉ ତାହା ତାଙ୍କୁ ବଡ଼ ଅକଳିଆ ସ୍ଥିତିରେ ପକାଇ ଦେଇଛି। ୬ବର୍ଷ ତଳେ ଅନୁପମ ତାଙ୍କ ଟ୍ୱିଟରରେ ପଦ୍ମପୁରସ୍କାରକୁ ତାତ୍ସଲ୍ୟ କରିଥିଲେ। ସେ ଲେଖିଥିଲେ, ଆମ ଦେଶର ବ୍ୟବସ୍ଥା ମଧ୍ୟରେ ପୁରସ୍କାରଗୁଡ଼ିକ କେବଳ ମଜାକ ହୋଇଯାଇଛି। ଏଗୁଡିକରେ ଆଉ ବିଶ୍ୱାସନୀୟତା ନାହିଁ। ପଦ୍ମ ଓ ଫିଲ୍ମ ପୁରସ୍କାର ବି ଏଥିରେ ବାଦ ପଡ଼ିନାହିଁ।