ପାମ୍ପୋର ଏନକାଉଣ୍ଟରେ ୨ ଆର୍ମି କ୍ୟାପଟେନ୍ ମୃତ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଶ୍ରୀନଗର: କାଶ୍ମୀରର ପାମ୍ପୋର ଚାଲିଥିବା ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ଗୁଳିରେ ରବିବାର ୩ଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଆର୍ମି କ୍ୟାପଟେନ ରହିଛନ୍ତି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୬ରେ ପହଞ୍ଚି।

ମୃତକଙ୍କ ମଧ୍ୟରେ ରହିଛନ୍ତି ୨୨ ବର୍ଷିୟ କ୍ୟାପଟେନ୍ ପୱନ କୁମାର। ତାଙ୍କ ଘର ହରିଆଣାର ଜିନ୍ଦ ଜିଲ୍ଲାରେ। ସେ ତାଙ୍କ ଟିମ୍‌ ସହ ଜମ୍ମୁ-କାଶ୍ମୀର ଏଣ୍ଟରପ୍ରିନରସିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟରେ ଛକି ଥିବା ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ପ୍ରବେଶ କରୁଥିବା ବେଳେ ଗୁଳିରେ ଟିଳିପଡିଥିଲେ। ତାଙ୍କ ମରଶରୀରକୁ ଆସନ୍ତାକାଲି ତାଙ୍କ ପୈତୃକ ଘରକୁ ନିଆଯିବ। ସୂଚନାଯୋଗ୍ୟ ଜାଠ୍‌ଙ୍କ ଆନ୍ଦୋଳନ ଯୋଗୁଁ ଏହି ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନ୍ୟତମ ମୃତ କ୍ୟାପଟେନ୍ ହେଲେ ତୁଷାର ମହାଜନ୍। ସେହିପରି ସେନା ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ଜଣାପଡିଛି।