ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା କାର୍‌, ୨ ଯୁବତୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଦିଶ୍‌ଶାଦ୍‌ ଗାର୍ଡେନ୍‌ର ବିବେକ ବିହାର ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପ୍ରଭୋଜତ ଓ ରୁବଲ୍‌। ସେହିଭଳି ଏହି ଘଟଣାରେ ଆହତ ଦୁଇ ଯୁବକ ହେଉଛନ୍ତି କେଶବ ଓ ଅଶପ୍ରୀତ୍‌। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

car3ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏ ଚାରି ଯୁବକ-ଯୁବତୀ ଏକ ହୋଣ୍ଡା ସିଟି କାର୍‌ରେ ଦିଲ୍‌ଶାଦ୍‌ ଗାର୍ଡେନ୍‌ରୁ ଆନନ୍ଦ ବିହାର ଅଭିମୁଖେ ଯାଉଥିଲେ। ତେବେ ସୂର୍ଯ୍ୟ ନଗର ଟ୍ରାଫିକ୍ ପାଖରେ କାର୍‌ଟି ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା।

car2ଦ୍ରୁତଗତିରେ ଯାଉଥିବା ଯୋଗୁ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇନି। ପୁଲିସ୍ ଏନେଇ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବରେଲୀ ହାଇୱେରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।