ଆନ୍ଧ୍ରପ୍ରଦେଶ: ସୁରକ୍ଷା କର୍ମୀ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ମୃତ

MAOIST-GRAPHIC_2548707fୱାରଙ୍ଗଲ (ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ୱାରଙ୍ଗଲ ଜିଲ୍ଲା ନର୍ଲାପୁର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋରରୁ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ ସୂଚନା ଦେଇଛନ୍ତି। ଏହି ଗୁଳି ବିନିମୟ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି ।