ଦୁଇ ଏନ୍‌ସିପି କର୍ମୀଙ୍କୁ ମାରିଦେଲେ

ମୁମ୍ବାଇ: ମହାରାଷ୍ଟ୍ରର ଅହମଦନଗରରେ ଦୁଇଜଣ ଏନ୍‌ସିପି କର୍ମୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ମୃତକ ମାନେ ହେଲେ ଏନ୍‌ସିପିର ୟୁଥ ୱିଙ୍ଗ୍‌ର ଉପସଭାପତି ଯୋଗେଶ ଅମ୍ବାଦାସ ରାଲେଭଟ୍ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ରାକେଶ ଅର୍ଜୁନ ରାଲେଭଟ୍।

ଗତକାଲି ସନ୍ଧ୍ୟାରେ ସେମାନେ ଜାମଖେଡ ଟାଉନରେ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରକୁ ୮ରାଉଣ୍ଡ ଗୁଳି ଚଳାଇଥିଲେ।

ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାଁନ୍ତି।