ତିନି ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଦୁଇ ଦେହଜୀବୀ: କାହିଁକି ଏମିତି ଘଟିଲା?  

ମୁମ୍ୱାଇ: ୩ ମହଲାରୁ ଡେଇଁ ଆତ୍ମହତ୍ୟା  କଲେ ୨ ଦେହଜୀବୀ।  ଏକ ବିଲଡିଂରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ପୋଲିସ ଚଢାଉ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଦକ୍ଷିଣ ମୁମ୍ୱାଇର ଗ୍ରାଣ୍ଟ ରୋଡ୍‌ ସ୍ଥିତ ଏକ ବିଲ୍ଡିଂରେ ବୁଧବାର ରାତି ୧୦ଟା ୩୦ରେ ପୋଲିସର ଚଢାଉ ବେଳେ ଦୁଇ ଜଣ ଦେହଜୀବୀ  ଖସିଯିବା ପାଇଁ ଉଦ୍ୟମ କରି ୩ ମହଲା ଉପରୁ ଡେଇଁ ଥିଲେ। ମୃତକଙ୍କ ମଧ୍ୟରେ ଜଣଙ୍କ ବୟସ ୫୦ ବର୍ଷ ଥିବା ବେଳେ ଜଣଙ୍କ ବୟସ ୩୦ବୋଲି ଜଣାପଡିଛି। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ମୁମ୍ୱାଇର ଏହି ସ୍ଥାନଟି ବେଶ୍ୟା ବୃତ୍ତି ଭାବେ ବେଶ୍‌ ଜଣାଶୁଣା ।

ତେଣୁ ଏଠାରେ ପୋଲିସ ନିୟମିତି ପାଟ୍ରୋଲିଂ କରେ। ତେବେ ବୁଧବାର ଉକ୍ତ ବିଲଡିଂରେ ପୋଲିସ ଯେତେବେଳେ  ତଳମହଲାରେ ଚଢାଉ କଲା ସେତେବେଳେ  ସଙ୍ଗେ ସଙ୍ଗେ ଆତଙ୍କ ଖେଳି ଯାଇଥିଲା। ପରେ ଏହି ଖବର ଉପର ମହଲାକୁ ପ୍ରଚାର ହୋଇଯାଇଥିଲା। ଫଳରେ ପୋଲିସ ଭୟରେ ନିଜକୁ ବଞ୍ଚାଇବା ପାଇଁ ୨ ଜଣ ଦେହଜୀବୀ ଝରକାରୁ ଏକ ରସି ସାହାଯ୍ୟରେ ଖସିବାକୁ ଉଦ୍ୟମ କରିଥିଲେ।  ପରେ ସେମାନେ ତଳେ ପଡ଼ିଯାଇଥିଲେ।  ପୋଲିସ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।