ଶ୍ରୀନଗର: ସ୍କୁଲ ଭିତରେ ଆତଙ୍କବାଦୀ:୨ ନିହତ :୨୬/୧୧ ଫର୍ମାଟରେ ଅପରେସନ

ଶ୍ରୀନଗର: ଶ୍ରୀନଗରରେ ଗୁଳିବିନିମୟ। ଭାରତୀୟ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ।  ୧୪ ଘଣ୍ଟାଧରି ଚାଲିଥିବା ଏହି ଅପରେସନରେ ଭାରତ ପକ୍ଷରୁ ୨ ଜଣ ଯବାନ ଆହତ ହୋଛନ୍ତି । ଗତକାଲି ସନ୍ଧ୍ୟାରେ ଶ୍ରୀନଗରର ପନ୍ଥଚୌକ୍‌ଠାରେ ସିଆରପିଏଫ ଯବାନଙ୍କୁ ଆକ୍ରମଣ କରି ସେଠାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ଭିତରକୁ ଆତଙ୍କବାଦୀମାନେ ପଶିଯାଇଥିଲେ। ସଙ୍ଗେ ସଙ୍ଗେ ସ୍କୁଲକୁ ଭାରତୀୟ ଯବାନମାନେ କବ୍‌ଜା କରି ସ୍କୁଲରୁ କର୍ମଚାରୀମାନଙ୍କୁ ଖାଲି କରିଦେଇଥିଲେ । ଆଉ ଗତକାଲି ରାତି ୩ଟା ୩୦ରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ୧୪ ଘଣ୍ଟା ଧରି ଏହି ଅପରେସନ ଚାଲିବା ପରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ପୁରା ୨୬/୧୧ ଫର୍ମାଟରେ ହୋଇଥିଲା ଅପରେସନ। ସ୍କୁଲରେ ଥିବା ୩୬ ଟି ରୁମକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ଭାରତୀୟ ଯବାନ। ପରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଗୁଳି ଚଳାଇଥିଲେ। ଗତକାଲି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆରଏଫ ଅଫିସରଙ୍କ ମୃତ୍ୟୁ ଘଟିଥିଲା।