ଜାମ୍ମୁ-କାଶ୍ମୀରରେ ଗୁଳି ବିନିୟମ: ଦୁଇ ହିଜବୁଲ ଆତଙ୍କବାଦୀ ନିହତ, ଜଣେ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗ୍ରାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ହିଜବୁଲ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ମୃତକ ଦୁଇ ଜଣ ହେଲେ ସୟାର ଅହମ୍ମଦ ବାନୀ  ଓ ଦାଉଦ ଅହମ ବାନୀ। ଗିରଫ ଆତଙ୍କୀର ନାଁ ଆରିଫ ସୋନୀ । ତା’ ନିକଟରୁ ଏକ ଏକେ-୪୭ ଓ ଏକ ଇନ୍‌ସାସ୍‌ ରାଇଫଲ୍ ଜବତ କରାଯାଇଛି।

ଦକ୍ଷିଣକାଶ୍ମୀରର ଖୁଦବାନୀର ପୁଲଗ୍ରାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ସିଆର୍‌ପିଏଫ୍‌ ଯବାନ ଓ ପୋଲିସ୍‌ କର୍ମଚାରୀ ସେହି ଅଞ୍ଚଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ। ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ଆତଙ୍କବାଦୀ ଓ ସରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ  ହୋଇଥିଲା।

ସୂଚନାଯୋଗ୍ୟ, ଶନିବାର ଦକ୍ଷିଣ କାଶ୍ମୀରର ସୋପିଆଁ  ଅଞ୍ଚଳରେ  ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣେ ଆତ୍ମସର୍ମପଣ କରିଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ ଆତ୍ମସର୍ମପଣ କରିଥିବା ଆତଙ୍କୀ ନାମ ଆଦିଲ । ଚଳିତବର୍ଷ ମେ’ ମାସରେ  ଆଦିଲ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ସୁରକ୍ଷାକର୍ମୀ ତାକୁ ଚାରିଆଡୁ ଘେରିଯିବାରୁ ସେ ଆତ୍ମସର୍ମପଣ କରିଥିଲା।