ଶୋପିଆନ୍‌ରେ ୨ ଆତଙ୍କୀ ସଫା

ଶ୍ରୀନଗର: ଶନିବାର ଜମ୍ମୁକଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘଟିତ ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସର ଆତଙ୍କୀ ନିରୋଧୀ ଟିମ୍‌ ଏବଂ ରାଜ୍ୟର ସ୍ୱତନ୍ତ୍ର ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ମିଳିତ ଭାବରେ ଏକ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ।

ପର୍ଗୁଚି ନାମକ ଏକ ଗାଁରେ ଥିବା ଏକ ବଗିଚାରେ ଲୁଚିଥିବା ଏହି ଆତଙ୍କବାଦୀଙ୍କ ସହିତ ସେମାନଙ୍କ ଗୁଳି ବିନିମୟ ହେବା ସମୟରେ ସୁରକ୍ଷାକର୍ମୀଙ୍କ ଘନ ଘନ ଆକ୍ରମଣରେ ଦୁଇ ଆତଙ୍କବାଦୀ ଟଳିପଡ଼ିଥିଲେ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, “ଲୁଚିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବର୍ଷଣ କରିବାରୁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଦୃଢ଼ ଜବାବ ଦିଆଯାଇଥିଲା। ସେମାନଙ୍କ ସଠିକ୍‌ ପରିଚୟ ଏବଂ ସେମାନେ କେଉଁ ଆତଙ୍କୀ ସଂଗଠନ ସହିତ ଜଡ଼ିତ, ତାହା ଏଯାଏ ଜଣାପଡ଼ିନାହିଁ।”