ଶୋପିଆନରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶୋପିଆନ୍: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଏବେ ବି ଉଭୟ ପଟୁ ଫାୟାରିଂ ଚାଲିଛି।
ସୂଚନାଯୋଗ୍ୟ, ଆଜି ସକାଳେ ସୋପିଆନର ବୋନା ବଜାର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା ବଳ ଜାଣିବାକୁ ପାଇଥିଲେ। ଏହାପରେ ଯବାନମାନେ ଆତଙ୍କବାଦୀଙ୍କୁ ଚାରି ପଟୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇ ଥିଲେ।
ଅନ୍ୟପଟେ କୁପଓ୍ୱାଡ଼ାରେ ଭାରତୀୟ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି। ଏଥିରେ ଜଣେ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।