ଉବେର ଦୁଷ୍କର୍ମ: ଟାକ୍ସି ଡ୍ରାଇଭର ଶିବ କୁମାର ଦୋଷୀ  ସାବ୍ୟସ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ବହୁଚର୍ଚ୍ଚିତ ଉବେର ଟାକ୍ସି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିବ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତିସ ହଜାରି କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଅକ୍ଟୋବର ୨୩ରେ ଦଣ୍ଡ ବିଧାନ ଘୋଷଣା କରିବେ କୋର୍ଟ। ଗତ ବର୍ଷ ଡିସେମ୍ୱର ୫ ତାରିଖରେ ଏହି ଅଘଟଣ ହୋଇଥିଲା। ଦିଲ୍ଲୀର ଜଣେ ୨୪ ବର୍ଷୀୟ ଯୁବତୀ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ଉବେର ଟ୍ୟାକ୍ସି ସେବାର ସାହାଯ୍ୟ ନେଇଥିଲେ। ଯିବାବେଳେ ଟାକ୍ସି ଡ୍ରାଇଭର ଶିବ କୁମାର ତାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ପରେ ୭ ତାରିଖରେ ତାକୁ ମଥୁରାରୁ ଗିରଫ କରାଯାଇଥିଲା।