ଗର୍ଜିଲେ ଉଦ୍ଧବ: ମୋଦି ‘ମନ୍‌ କୀ ବାତ୍‌’ ନୁହେଁ  ‘ଗନ୍‌ କୀ ବାତ୍‌’ କରନ୍ତୁ

ନୂଆଦିଲ୍ଲୀ: କାଶ୍ମୀରର ପୁଞ୍ଛ ସେକ୍ଟରରେ ପାକିସ୍ତାନ ସେନା ବାରମ୍ୱାର ସୀମା ଉଲ୍ଲଂଘନ କରିବା ଓ ସେଠାରେ ଦୁଇ ଜଣ ଭାରତୀୟ ଯବାନଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେପିର ସହଯୋଗୀ ଦଳ ନେତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଟାଗେର୍ଟ କରିଛନ୍ତି।  ଉଦ୍ଧବ  କହିଛନ୍ତି, ‘କାଶ୍ମୀରରେ ଆମ ଯବାନଙ୍କ ମୃତ୍ୟୁ ଘଟୁଥିବା ବେଳେ ମୋଦି ‘ମନ୍‌ କି ବାତ୍‌’ କରୁଛନ୍ତି’। ସେ ମନ୍‌ କୀ ବାତ୍ ବଦଳରେ ‘ଗନ୍ କୀ ବାତ୍‌’ କରନ୍ତୁ।” ଅର୍ଥାତ୍ ଏବେ ବନ୍ଧୁକ କଥା କହୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ପାକିସ୍ତାନୀ ପକ୍ଷରୁ କରାଯାଇଥିବା ଗୁଳିବିନିମୟରେ  ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ।