ସଂସ୍କୃତରେ ଅନୁବାଦ ହେଲା ୟୁଏନ୍‌ ଚାର୍ଟର

ନୂଆଦିଲ୍ଲୀ:ୟୁନାଇଟେଡ୍‌ ନେସନ୍ସର ଚାର୍ଟରକୁ ସଂସ୍କୃତ ଭାଷାରେ ଅନୁବାଦ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭାରତର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ରାଜଦୂତ ସୟଦ ଆବକରଉଦ୍ଦିନ୍‌।

ସେ ଟ୍ୱିଟ କରି କହିଛନ୍ତି,“ ୟୁଏନ୍‌ ଚାର୍ଟରକୁ ସଂସ୍କୃତ ଭାଷାକୁ ଅନୁବାଦ କରାଯାଇଛି। ଡ଼.ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।”

ଏହାସହ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଲକ୍ଷ୍ନୌରେ ଥିବା ଅଖିଳ ଭାରତୀୟ ସଂସ୍କୃତ ପରିଷଦର ସଚିବ ଥିବା  ଡ଼.ଜିତେନ୍ଦ୍ର କୁମାର ତ୍ରିପାଠୀ ଏହି କାର୍ଯ୍ୟ କରୁଥିବାରୁ ସେ ତାଙ୍କୁ ସାଧୁବାଦ ଜଣାଇଛନ୍ତି।