ଋଣ ପରିଶୋଧ କରି ନ ପାରି ଜେଜେ ବାପା, ବାପାଙ୍କ ପରେ ଯୁବକଙ୍କ ଆତ୍ମହତ୍ୟା

ଚଣ୍ଡୀଗଡ଼: ୪୦ ବର୍ଷ ତଳେ ବର୍ଣ୍ଣାଲା ସ୍ଥିତ ଗୋଟିଏ ପରିବାର ଋଣ କରିଥିଲେ। ହେଲେ ୪ ପିଢ଼ି ହେଲା ଏହାକୁ ପରିଶୋଧ କରି ନ ପାରି ପରିବାରର ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରିବାରେ ଲାଗିଛନ୍ତି। ଋଣ ପାଇଁ ଜେଜେ ବାପା ଓ ବାପା ଜୀବନ ହାରିବା ପରେ ଏବେ ୨୨ ବର୍ଷୀୟ ଲଭପ୍ରୀତ ସିଂହ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ସେ ଋଣ ଟଙ୍କା ଶୁଝି ନ ପାରିବାରୁ ଭୋଟନ୍‌ ଗାଁରେ ଥିବା ଘରେ ବିଷ ପିଇ ଜୀବନ ହାରିଛନ୍ତି।

୪୦ ବର୍ଷ ତଳେ ସିଂହ ପରିବାର ଜଣେ ଘରୋଇ ଋଣଦାତାଙ୍କ ଠାରୁ ୬ ଲକ୍ଷ ଏବଂ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଆଣିଥିଲେ। ହେଲେ ଏହାକୁ ଶୁଝି ନ ପାରି ପ୍ରଥମେ ଲଭପ୍ରୀତଙ୍କ ଜେଜେବାପାଙ୍କ ବାପା ୪୦ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ।

ଏହାପରେ ଲଭପ୍ରୀତଙ୍କ ଜେଜେବାପା ୨୫ ବର୍ଷ ତଳେ ଋଣ ଶୁଝି ନ ପାରି ସମାନ ପ୍ରଥା ଆପଣାଇଥିଲେ। ଲଭପ୍ରୀତଙ୍କ ବାପା ୨୦୧୮ରେ ଋଣ ଶୁଝିବାକୁ ଅକ୍ଷମତା ପ୍ରକାଶ କରି ଆତ୍ମହତ୍ୟା କରିଥିଲେ। ଏମାନେ ସମସ୍ତେ ଚାଷ ପାଇଁ ଋଣ ଆଣିଥିଲେ।

ଏବେ ଏହି ଋଣ ଅର୍ଥ ବଢ଼ିବାରେ ଲାଗିଥିବାରୁ ଲଭପ୍ରୀତ ମଧ୍ୟ ଜୀବନ ହାରି ଦେଇଛନ୍ତି।