ପୁଅ ପାଇଁ ଇସ୍ତଫା ଦେବେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ ଉଭୟ ସାଂସଦ ପଦ ଓ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଯାଉଛନ୍ତି। ନିକଟରେ ତାଙ୍କ ପୁଅ ହରିଆନା ହିସାର ଲୋକସଭା ଆସନ ପାଇଁ ବିଜେପିରୁ ଟିକେଟ ପାଇଥିବାରୁ ସେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି ବିଜେପି ପରିବାରବାଦକୁ ବିରୋଧ କରେ। ମୋ ପୁଅ ଦଳରୁ ପ୍ରାର୍ଥୀ ହୋଇଛି, ତେଣୁ ମୁଁ ପଦପଦବୀରେ ରହିବା ଠିକ୍ ହେବ ନାହିଁ। ଏ ନେଇ ବିଜେପି ରାଷ୍ଚ୍ରୀୟ ସଭାପତି ଅମିତ ଶାହଙ୍କୁ ଚିଠି ଲେଖି ଜଣାଇ ଦେଇଥିବା କହିଛନ୍ତି। ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିନେବେ ବୋଲି ଶ୍ରୀ ସିଂହ କହିଛନ୍ତି।