ଦେଖନ୍ତୁ, କ୍ରୀଡ଼ାମନ୍ତ୍ରୀ କିରେନ୍‌ଙ୍କ ‘ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ଅବିଶ୍ୱସନୀୟ କାରନାମାର ଭିଡିଓ ଏବେ ଇଣ୍ଟରନେଟ୍‌ରେ ରାଜ୍‌ କରୁଛି। ଭାରତରେ ଫିଟ୍‌ନେସ୍‌କୁ ପ୍ରୋତ୍ସାହନ ଦେବାପାଇଁ ସେ ନିଜେ #Bottlecapchallengeକୁ ସଫଳତାର ସହ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି।


ଏହି ଭିଡିଓକୁ ବ୍ୟାପକ ମାତ୍ରାରେ ଦର୍ଶକ ଦେଖୁଛନ୍ତି। ଶେଷ ଖବର ସୁଦ୍ଧା ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଦେଖିସାରିଥିଲେ। ଏହାର ପ୍ରଶଂସକଙ୍କ ମଧ୍ୟରେ ଗାୟକ ଅଦ୍‌ନାନ୍‌ ଶାମି ଏବଂ ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଅଛନ୍ତି।


ରିଜିଜୁ ସମସ୍ତ ପୋଷ୍ଟରେ ନିଶା ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯୁବକମାନେ ଆମ ଦେଶର ଭବିଷ୍ୟତ। ନିଶାକୁ ନା କୁହ, ଫିଟ୍‌ ରୁହ। ଏକାଗ୍ରତା ଏବଂ ଫୋକସ୍‌ ସଫଳତାର ମାର୍ଗ। ସୁସ୍ୱାସ୍ଥ୍ୟ ଜୀବନରେ ଖୁସି ନେଇ ଆସିଥାଏ।