ଦେଶର ପ୍ରଥମ ଡିଜିଟାଲ ଗାର୍ଡେନ୍, ଯେଉଁଠି ଗଛରେ ଲାଗିଛି କ୍ୟୁଆର ସ୍କାନ୍ ମେସିନ୍

ନୂଆଦିଲ୍ଲୀ: ଆଜିର ଦୁନିଆ ଡିଜିଟାଲ ମୁହାଁ ହୋଇଛି। ସବୁ କିଛି ଡିଜିଟାଲ ହେଉଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଗାର୍ଡେନ୍। କେରଳ ସରକାର ଏକ ଗାର୍ଡେନକୁ ଡିଜିଟାଲ କରିବାରେ ସକ୍ଷମ ହୋଇଛନ୍ତି। ଯେଉଁଥିରେ ଗଛରେ ଲାଗିଛି କ୍ୟୁଆର ମେସିନ୍। ଯେମିତି ସ୍କାନ କରାଯାଏ ସେହିଭଳି ଗଛରେ ଲାଗିଥିବା କ୍ୟୁଆରକୁ ସ୍କାନ କଲେ ଗଛର ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ।
କେରଳ ରାଜଭବନରେ ଏହି ଡିଜିଟାଲ ଗାର୍ଡେନ୍ ରହିଛି। ଯାହାର ନାମ କନକକ୍କୁନ୍ନୁ। ଏଠାରେ ୧୨ ଏକର ପରିଧି ଭିତରେ ୧୨୬ ପ୍ରଜାତିର ଗଛ ରହିଛି। ଏବେ ଏହି ଗାର୍ଡେନରେ ୧୦୦୦ ଗଛ ରହିଥିବା ବେଳେ ୬୦୦ ଗଛରେ ହିଁ ଏହି କ୍ୟୁଆର ସେବା ଉପଲବ୍ଧ ରହିଛି। ବାକି ରହିଥିବା ଗଛରେ ମଧ୍ୟ କ୍ୟୁଆର ଲାଗିଯିବ ବୋଲି ଜଣାପଡ଼ିଛି। କେରଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏହି କାର୍ଯ୍ୟ କରୁଛି।
ଦିଲ୍ଲୀର ଲଟିୟନ୍ସ ଜୋନ ସ୍ଥିତ ଲୋଧି ଗାର୍ଡେନରେ ମଧ୍ୟ ୧୦୦ଟି ଗଛରେ ଏହି କ୍ୟୁଆର ଲଗାଯାଇଛି। ଆମେରିକା ଓ ଜାପାନ ଭଳି ଦେଶରେ ମଧ୍ୟ ଗଛରେ କ୍ୟୁଆର କୋଡ ଲାଗିଛି। ଯାହାକୁ ସ୍କାନ୍ କରି ଗଛର ସମ୍ପୂର୍ଣ୍ଣ ତଥ୍ୟ ଜାଣିହେବ।