ସଡ଼କ ଦୁର୍ଘଟଣାରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଗୁରତର ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜେପି ବିଧାୟକ କୁଲଦୀପ ସେନ୍‌ଗରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ସହିତ ଅନ୍ୟ ୨ ଜଣ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପୀଡ଼ିତାଙ୍କ ମା’ ଓ ମାଉସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେମାନେ ଯାଉଥିବା ଗାଡ଼ିଟିର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ରବିବାର ସେମାନେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ରାଏବରେଲୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ତାଙ୍କ ସହିତ ଓକିଲ ମହେନ୍ଦ୍ର ସିଂହ ମଧ୍ୟ ଥିଲେ। ସେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ପୀଡ଼ିତା ଏବଂ ଓକିଲ ବର୍ତ୍ତମାନ ମେଡିକାଲ ୟୁନିଭର୍ସିଟିରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଟ୍ରକ୍‌କୁ ପୁଲିସ୍ ଜବତ କରିଛି।