ନିଶ ରଖିଲେ ମିଳିବ ଟଙ୍କା, ଜାଣନ୍ତୁ କାହାକୁ ଏବଂ କେଉଁଠି

ଲକ୍ଷ୍ନୌ: ଏବେ ବଡ଼ ବଡ଼ ମୋଡ଼ା ହୋଇଥିବା ନିଶ ପାଇଁ ଉତ୍ତରପ୍ରଦେଶ ପ୍ରୋଭିନ୍ସିନାଲ ଆର୍ମଡ୍‌ କନ୍‌ଷ୍ଟେବୁଲାରି (ପିଏସି)ମାନେ ମଧ୍ୟ ଗର୍ବ ଅନୁଭବ କରିବାକୁ ଆରମ୍ଭ କରିବେ। କାରଣ ଉତ୍ତରପ୍ରଦେଶ ପିଏସି କର୍ତ୍ତୃପକ୍ଷ କେବଳ ଏଭଳି ଟ୍ରେଣ୍ଡକୁ ଚାଲୁ ରଖିଥିବା ବ୍ୟକ୍ତିଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶି ୫ ଗୁଣା ବଢ଼ାଇଦିଆଯାଇଛି।

ପିଏସି ଅତରିକ୍ତ ଡିଜି ବିନୋଦ କୁମାର ସିଂହ ବୁଧବାର ଏନେଇ କହିଛନ୍ତି, ରାଜ୍ୟର ସମସ୍ତ ୩୩ ପିଏସି ବାଟାଲିଅନ୍‌ଙ୍କ ପାଇଁ ଏହି ନିଶ ପୁରସ୍ମାର ମିଳିବ।

ସେ କହିଛନ୍ତି, “ପୂର୍ବରୁ ନିଶ ପାଇଁ ପ୍ରୋତ୍ସାହନ ରାଶି ୫୦ ଟଙ୍କା ଥିଲା। ଏବେ ସେମାନଙ୍କୁ ୨୫୦ ଟଙ୍କା ଦିଆଯିବ। ଆମେ ଏନେଇ ଏକ ପ୍ରସ୍ତାବ ରଖିବୁ।ଏହି ଟ୍ରେଣ୍ଡ କ୍ରମେ ହ୍ରାସ ପାଉଥିବାରୁ ଏହାର ଉଦ୍ଧାର କରାଯିବ।”

ଗତ ଶନିବାର ଓ ରବିବାର ପ୍ରୟାଗରାଜଠାରେ ନିୟୋଜିତ ପିଏସିଙ୍କ କାର୍ଯ୍ୟ ନିରୀକ୍ଷଣ ପାଇଁ କୁମ୍ଭମେଳା ପରିଦର୍ଶନରେ ଯାଇଥିବାବେଳେ ତାଙ୍କ ମନରେ ଏହି ନିଶ କଥା ଆସିଥିଲା। ସେ ସେଠାରେ ୪ରୁ ୫ ଜଣ ଏଭଳି ନିଶ ଥିବା ବ୍ୟକ୍ତି ଦେଖିବାକୁ ପାଇଥିଲେ।

ସେ ଆହୁରି ମଧୋୟ କହିଥିଲେ ଯେ, କିଏ ନିଶ ରଖିବ ନ ରଖିବ ତହା ତାଙ୍କ ବ୍ୟକ୍ତିଗତ କଥା। କିନ୍ତୁ ଏହା ତାଙ୍କର ବିଶେଷ କରି ପୁଲିସ୍‌ ମାନଙ୍କର ବ୍ୟକ୍ତିତ୍ୱ ସମୃଦ୍ଧ କରିଥାଏ। ଏହା ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇଥାଏ ବୋଲି ମଧ୍ୟ ସେ କହିଛନ୍ତି। ନୂତନ ବୃତ୍ତିଗତ କୌଶଳ ସହିତ ପୁରୁଣା ପରମ୍ପରା ମଧ୍ୟ ଉଜ୍ଜୀବିତ ରହିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।