ଯୋଗୀଙ୍କ ହାତରେ ଝାଡୁ, ଉତ୍ତରପ୍ରଦେଶକୁ କରିବେ କ୍ଲିନ୍‌

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପରେ ଉତ୍ତରପ୍ରଦେଶକୁ ସ୍ୱଚ୍ଛ କରିବା ପାଇଁ ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହାତରେ ଝାଡୁ ଧରି ଲକ୍ଷ୍ନୌର ରାମମୋହନ ବାଗ୍‌ ରାସ୍ତାରେ ଆଜି ସକାଳେ ଝାଡ଼ୁ ମାରିଥିଲେ ଯୋଗୀ। ଲୋକଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଅଧିକ ସଚେତନ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ସେ।  ସେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ  ଶୌଚାଳୟକୁ ଯାଇ ଉପସ୍ଥିତ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

ଯୋଗୀ ଆଦିତ୍ୟ ନାଥ କହିଛନ୍ତି,“ଉତ୍ତରପ୍ରଦେଶରେ ଯେମିତି ଆଉ କେହି ଖୋଲାରେ ଶୌଚ କରିବେ ନାହିଁ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ୨୦୧୮ ଅକ୍ଟୋବର ୨ ସୁଦ୍ଧା ଏହି ଟାର୍ଗେଟ୍ ହାସଲ କରାଯିବ।”

ସୌଜନ୍ୟ: ଆଜ୍‌ତକ୍‌, ଫଟୋ: ଆଜ୍‌ତକ୍‌