ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୟୁପିରେ ସରିଲା ପ୍ରଚାର: ବାରଣାସୀରେ ରୋଡ ଶୋ’ କଲେ ମୋଦି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୮ ତାରିଖରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସବୁ ଦଳ ଜୋରଦାର ପ୍ରଚାର କରିଥିଲେ। ଶେଷ ପର୍ଯ୍ୟାୟରେ ୪୦ଟି ବିଧାନସଭା ଆସନ ପାଇଁ ଭେ।ଟ ଗ୍ରହଣ ହେବ। ତେବେ ଏହି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଚର୍ଚ୍ଚାରେ ବାରଣାସୀ ରହିଛି। ଗତ ୩ ଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଡେରା ପକାଇଛନ୍ତି। ଆଜି ପ୍ରଧାମମନ୍ତ୍ରୀ ମେଗା ରେ।ଡ ଶୋ’ କରିଥିଲେ। ଅନ୍ୟପକ୍ଷରେ ଅଖିଳେଶ ଓ ରାହୁଳ ଗାନ୍ଧି ଏକାଧିକ ରାଲିରେ ଯୋଗ ଦେଇ ଜେ।ରାଦାର ପ୍ରଚାର କରିଥିଲେ। ରାଜ୍ୟର ୪୦୩ ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ୬ଟି ପର୍ଯ୍ୟାୟର ନିର୍ବାଚନ ସରିଥିବା ବେଳେ ୮ ତାରିଖରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ।