ୟୁପି ସରକାର ୧୭ ପଛୁଆ ବର୍ଗଙ୍କୁ ଏସସି ତାଲିକାଭୁକ୍ତ କରିବା ଉପରେ ସ୍ଥଗିତାଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ୧୭  ପଛୁଆ ବର୍ଗଙ୍କୁ ଏସ୍‌ସି ତାଲିକାରେ ସାମିଲ କରିବା ଉପରେ ଆହ୍ଲାହାବାଦ୍‌ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି। ଆସନ୍ତା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ କୋର୍ଟ ଏହି ସ୍ଥଗିତାଦେଶ ଲଗାଇଛନ୍ତି।

୨୦୧୬ ଡିସେମ୍ବର ୨୨ରେ ୟୁପି ସରକାର ୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ। ଏହାକୁ ବିରୋଧ କରି ଡା. ଭିମ୍‌ରାଓ ଅମ୍ବେଦକର ସଂଗ୍ରହାଳୟ ଏବଂ ଜନ କଲ୍ୟାଣ ସମିତି ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ରାଜନୈତିକ ଲାଭ ଉଦ୍ଦେଶ୍ୟରେ ୟୁପି ସରକାର ସମ୍ବିଧାନର ଧାରା ୩୪୧ ଉଲ୍ଲଂଘନ କରି ଏହା କରିଥିବା ସତ୍ୟପାଠରେ ଅଭିଯୋଗ କରାଯାଇଥିଲା।