ଖସି ପଡ଼ିଲା ବିମାନ

ମୁମ୍ବାଇ: ମୁମ୍ବାଇ ସହରର ଘାଟକୋପର ଅଞ୍ଚଳରେ ଏକ ଚାଟାର୍ଡ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ନିର୍ମଣାଧୀନ ବିଲ୍ଡିଂ ନିକଟରେ ପ୍ଲେନଟି ଖସି ପଡ଼ିବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଦୁଇ ଜଣ ଇଞ୍ଜିନିୟର ଅଛନ୍ତି। ଆଉ ଜଣେ ସାଧାରଣ ଯାତ୍ରୀ ଥିଲେ।

ବିମାନଟି ଉତ୍ତରପ୍ରଦେଶ ସରକାରଙ୍କର ବୋଲି ପ୍ରଥମେ ଖବର ଆସିଥିଲା। ତେବେ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଏହାକୁ ଖଣ୍ଡନ କରିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏନଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

କେଉଁ କାରଣରୁ ଏବଂ କିପରି ବିମାନଟି ଦୁର୍ଘଟଣଗ୍ରସ୍ତ ହେଲା ସ୍ପଷ୍ଟ ହୋଇନାହିଁ।