ୟୁପି ମୋଦିଙ୍କୁ ନୁହେଁ ସପାକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲା: ମୁଲାୟମ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ତୃତୀୟ ପର୍ଯ୍ୟାୟରେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ ନିଜର ଭୋଟ ଦେଇଛନ୍ତି।

ସେ କହିଛନ୍ତି,“ୟୁପିରେ ପୁଣି ଥରେ ସମାଜବାଦୀ ପାର୍ଟି (ସପା) ସରକାର କରିବ।”

ମୁଲାୟନ ଆହୁରି କହିଛନ୍ତି, “ୟୁପି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ସମାଜବାଦୀ ପାର୍ଟିକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲା।”

ସେହିପରି  ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ନିଜର ଭୋଟ ଦେଇଛନ୍ତି।

ଭୋଟ ଗ୍ରହଣ ଚାଲିଥିବା ବେଳେ ଯଶବନ୍ତନଗରରେ ବିଜେପି ଓ ସମାଜବାଦୀପାର୍ଟିର ସମର୍ଥକ ମାନେ ମୁହାଁମୁହିଁ ହୋଇଥିଲେ।