ଉତ୍ତରପ୍ରଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେପି ସ୍ୱିପ୍‌ କରିବ: ରାଜନାଥ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ବିଜେପି ସ୍ୱିପ୍‌ କରିବ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି।

ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିର ଲୋକପ୍ରିୟତା ଏବେ ବି ରହିଛି। ମୋଦିଙ୍କ ଉପରେ ଲୋକଙ୍କ ଭରସା, ଆସ୍ଥା ଓ ବିଶ୍ୱାସ ବଢ଼ୁଛି। ପ୍ରଥମେ ପ୍ରଥମେ ଲୋକମାନେ ଶୁଣୁଥିଲେ। ଏବେ କିନ୍ତୁ ମୋଦି ସେମାନଙ୍କ ପାଇଁ କାମ କରୁଛନ୍ତି ବୋଲି ଲୋକମାନେ ମାନିନେଲି।”

ରାଜନାଥ କହିଛନ୍ତି,“ବିମୁଦ୍ରାକରଣ ନେଇ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ହେଲା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଷ୍ଟ୍ରର ହିତ ପାଇଁ ମୋଦି ଏହା କରିଛନ୍ତି। ମୋଦିଙ୍କର ଏହି ନିଷ୍ପତ୍ତି ଉପରେ କେହି ପ୍ରଶ୍ନ ଉଠାଇନାହାନ୍ତି। ଏହା ମୋଦିଙ୍କର ବଡ଼ ପଣ।”