ୟୁପିରେ ୬୩ ପ୍ରତିଶତ ମତଦାନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ୬୩ ପ୍ରତିଶତ ମତଦାନ ହୋଇଛି। ୭୩ ଆସନ ପାଇଁ ଆଜି ଭୋଟ ଗ୍ରହଣ କରାଯାଇଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୋଏଡାରେ ୬୦, ଦାଦରୀରେ ୬୧, ଜେୱରରେ ୬୬ ଏବଂ ଗାଜିୟାବାଦରେ କ୍ଷେତ୍ରରେ ୫୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆଜି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା।