ଉତ୍ତର ପ୍ରଦେଶରେ କଂଗ୍ରେସ-ସପାର ମିଳିତ ପୋଷ୍ଟର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ହେଲେ ଏବେଠାରୁ ନିର୍ବାଚନୀ ପୋଷ୍ଟରରେ ପ୍ରିୟଙ୍କା ଗାନ୍ଧୀ ଓ ଡିମ୍ପଲ ଯାଦବଙ୍କ ମିଳିତ ଫଟୋ ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶର ପ୍ରତାପଗଢ଼ ଜିଲ୍ଲାରେ ଏକ ନୂଆ ପୋଷ୍ଟର ମରାଯାଇଛି। ଯେଉଁଥିରେ ପ୍ରିୟଙ୍କା ଓ ଡିମ୍ପଲ ଯାଦବଙ୍କ ସହିତ ସ୍ଥାନୀୟ ପ୍ରାର୍ଥୀଙ୍କ ଫଟୋ ରହିଛି। ଏହା ସହିତ ପୋଷ୍ଟରରେ ଉତ୍ତର ପ୍ରଦେଶରେ ମହିଳା ଶସକ୍ତିକରଣ ବୋଲି ଲେଖାଯାଇଛି।

ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସମାଜବାଦୀ ପାର୍ଟି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ବାରମ୍ବାର ବିରୋଧୀ ଆକ୍ଷେପ କରି ଆସୁଛନ୍ତି। ଖାସ୍‌ ଏଥିପାଇଁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସପା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଡିମ୍ପଲ ଯାଦବଙ୍କ ଫଟୋର ସାହାଯ୍ୟ ନେଇଥିବା ଚର୍ଚ୍ଚା ହେଉଛି।