ୟୁପିଏସ୍‌ସି ଅନ୍‌ଲାଇନ୍‌ରେ ଜାରି କରିବ ପ୍ରାର୍ଥୀଙ୍କ ମାର୍କ; କ’ଣ ମିଳିବ ଫାଇଦା ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ୟୁନିୟନ୍ ପବ୍ଲିକ୍‌ ସର୍ଭିସ୍ କମିଶନ୍‌ ବା ୟୁପିଏସ୍‌ସି ଏବେ ଏହାର ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ମାର୍କ ଅନ୍‌ଲାଇନ୍‌ରେ ଜାରି କରିବ। ଏଥିପାଇଁ ଏକ ଡାଟାବେସ୍ ତିଆରି କରାଯିବ।

ପ୍ରକୃତ କଥା ହେଲେ ୟୁପିଏସ୍‌ସିର ଏଭଳି ପଦକ୍ଷେପ ପଛରେ ରହିଛି ସରକାରଙ୍କର ଏକ ଯୋଜନା। ଏହି ଯୋଜନା ଅନୁଯାୟୀ ଯେଉଁ ପ୍ରାର୍ଥୀମାନେ ସିଭିଲ୍ ସର୍ଭିସ୍ ଅବା ୟୁପିଏସ୍‌ସି ଦ୍ୱାରା ପରିଚାଳିତ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହେଉ ନାହାନ୍ତି, କିନ୍ତୁ ଭଲ ସ୍କୋର କରୁଛନ୍ତି, ସେମାନଙ୍କୁ ପ୍ରାଇଭେଟ୍ ସେକ୍ଟର କଂପାନୀଗୁଡ଼ିକ ସିଧାସଳଖ ନିଯୁକ୍ତି ଦିଅନ୍ତୁ। ଏଭଳି ପ୍ରାର୍ଥୀଙ୍କ ମାର୍କ ସମ୍ବଳିତ ଏକ ଡାଟାବେସ୍ ରହିଲେ ଘରୋଇ କଂପାନୀଗୁଡ଼ିକ ସେମାନଙ୍କୁ ସିଧାସଳଖ ନିଯୁକ୍ତି ଦେଇପାରିବେ। ଏହି ପ୍ରାର୍ଥୀଙ୍କ ସଂପର୍କରେ ସମସ୍ତ ସୂଚନା ପବ୍ଲିକ୍‌ ରିକ୍ୟୁଟମେଣ୍ଟ ଏଜେନ୍ସୀ ଗୁଡ଼ିକ ଦେଖିପାରିବେ। ଏଥିପାଇଁ ଏକ ୱେବ୍‌ସାଇଟ୍ ତିଆରି କରାଯାଉଛି। ଏହି ୱେବସାଇଟ୍‌କୁ ନ୍ୟାସ୍‌ନାଲ୍ ଇନ୍‌ଫର୍ମରମେଟିକ୍ସ ସେଣ୍ଟର ବା ଏନ୍‌ଆଇସି ତିଆରି କରୁଛି।

ସୌଜନ୍ୟ- ଆଜ୍‌ତକ୍‌