ରନ୍‌ୱେରୁ ବାହାରି ଗଲା ବିମାନ: ତା’ ପରେ ଯାହା ହେଲା… ସବୁ ଫିଲ୍ମ ଷ୍ଟାଇଲ୍‌

ଅଙ୍କାରା: ତୁର୍କିର ଟ୍ରାବସନ୍‌ ଏୟାରପୋର୍ଟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୬୮ ଜଣ ଯାତ୍ରୀ। ଏକ ବିମାନ ଅବତରଣ କରିବା ବେଳେ ରନ୍‌ୱେରୁ ଖସିଯାଇ ସମୁଦ୍ର ମୁହାଣକୁ ଚାଲି ଯାଇଥିଲା। ସୌଭାଗ୍ୟବଶତଃ ବିମାନଟି ସମୁଦ୍ର ମୁହାଣରୁ ମାତ୍ର ୬୦ ମିଟର ଦୂରରେ ରହି ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀ ରକ୍ଷା ପାଇଯାଇଛନ୍ତି।

ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ବିଭାଗୀୟ ଅଧିକାରୀ ଏହାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି, ବିମାନଟି ଅବତରଣ କରିବା ବେଳେ ଏହାର ବେଗ ଘଣ୍ଟାପ୍ରତି ୨୦୦ କିମି ଥିଲା ଓ ପାଇଲଟ୍‌ ଏହାକୁ କଣ୍ଟ୍ରୋଲ କରିପାରି ନଥିଲେ।

plain1ଏପରି ବି କୁହାଯାଉଛି, ପାଗ ଭଲ ନଥିବାରୁ ଯାତ୍ରୀମାନେ ମଧ୍ୟ ବିମାନ ଅବତରଣକୁ ନେଇ ଖୁସି ନଥିଲେ। ହେଲେ ବିମାନକୁ ଅବତରଣ କରାଯାଇଥିଲା।

ସେହିପରି ପକ୍ଷୀ ମାଡ ହେବା ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି।

ଦୁର୍ଘଟଣା ପରେ ବିମାନ ମଧ୍ୟରେ ତେଲର ଗନ୍ଧ ହେବା ସହ ଧୂଆଁ ଉଠିଥିଲା। ଯାହାକୁ ଦେଖି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସମସ୍ତେ ଭାବି ନେଇଥିଲେ ଯେକୌଣସି ସମୟରେ ବିମାନରେ ବିସ୍ଫୋରଣ ଘଟିବ। ହେଲେ ସେମିତି କିଛି ହୋଇ ନଥିଲା। ଦୁର୍ଘଟଣା ପରେ ଯାତ୍ରୀମାନେ ପ୍ରାୟ ୧ ଘଣ୍ଟା ବିମାନରେ ଫସି ରହିଥିଲେ। ଏହାପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଥିଲା।