କେନାଲକୁ ଖସି ପଡ଼ିଲା ଇନୋଭା; ୧୦ ମୃତ

ମଥୁରା: ଉତ୍ତରପ୍ରଦେଶ ମଥୁରା ଅନ୍ତର୍ଗତ ମଗୌରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୫ ମହିଳା ଅଛନ୍ତି। ଏମାନେ ସମସ୍ତେ ଏକ ଇନୋଭା କାର୍‌ରେ ବାଲାଜୀଙ୍କ ଦର୍ଶନ ସାରି ବରେଲୀ ଫେରୁଥିଲେ।

ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ କାର୍‌ଟି ଏକ କେନାଲକୁ ଖସି ପଡ଼ିଥିଲା। ସେଥିରେ ବସିଥିବା ସମସ୍ତଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ ଓ ଫଟୋ-ଏନ୍‌ଡିଟିଭି